ଓଡ଼ିଆ ଉଇକିଆଳି ଡ. ସୁବାସ ଚନ୍ଦ୍ର ରାଉତଙ୍କୁ ମିଳିଲା "୨୦୨୩ କିଓର୍ ଆୱାର୍ଡ଼" - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Friday, 19 January 2024

ଓଡ଼ିଆ ଉଇକିଆଳି ଡ. ସୁବାସ ଚନ୍ଦ୍ର ରାଉତଙ୍କୁ ମିଳିଲା "୨୦୨୩ କିଓର୍ ଆୱାର୍ଡ଼"

 

ଓଡ଼ିଆ ଉଇକିଆଳି ଡ. ସୁବାସ ଚନ୍ଦ୍ର ରାଉତଙ୍କୁ ମିଳିଲା "୨୦୨୩ କିଓର୍ ଆୱାର୍ଡ଼"

ଭୁବନେଶ୍ୱର (୧୯ ଜାନୁଆରୀ ୨୦୨୩): ଓଡ଼ିଆ ଉଇକିପିଡ଼ିଆର ଅନ୍ୟତମ ସକ୍ରିୟ ଉଇକିଆଳି ତଥା ଅବସରପ୍ରାପ୍ତ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. ସୁବାସ ଚନ୍ଦ୍ର ରାଉତଙ୍କୁ ଉଇକି ପ୍ରୋଜେକ୍ଟ ମେଡ୍ ଫାଉଣ୍ଡେସନ୍ ତରଫରୁ ୨୦୨୩ ବର୍ଷ "କିଓର୍ ଆୱାର୍ଡ଼" ପ୍ରଦାନ କରାଯାଇଛି । ଉଇକିପିଡ଼ିଆ ସମୁଦାୟରେ ଚାଲିଥିଲା ଏହି ଚିକିତ୍ସା ବିଜ୍ଞାନ ପ୍ରକଳ୍ପ ଅଧିନରେ ଓଡ଼ିଆ ଭାଷାରେ ସର୍ବାଧିକ ପ୍ରସଙ୍ଗ ଅନୁବାଦ କରାଯାଇଛି, ଯାହାକୁ ଏକା ଡ. ରାଉତ ହିଁ ଅନୁବାଦ କରିଛନ୍ତି ।

Cure Award for Subas Chandra Rout

ଓଡ଼ିଆ ଉଇକିପିଡ଼ିଆରେ ୨୦୦୦ରୁ ଅଧିକ ପ୍ରସଙ୍ଗ ଲେଖିଥିବା ଡ. ରାଉତ ୩୬୮ଟି ଚିକିତ୍ସା ବିଜ୍ଞାନ ସମ୍ବନ୍ଧିତ ପ୍ରସଙ୍ଗ ଲେଖିଛନ୍ତି, ଯାହାକି ଏହି ପ୍ରକଳ୍ପ ଅଧିନରେ ଅନୁବାଦ ହୋଇଥିବା ସର୍ବାଧିକ ପ୍ରସଙ୍ଗ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଓଡ଼ିଆ ଉଇକିପିଡ଼ିଆରେ ସ୍ଥାନିତ ପ୍ରସଙ୍ଗ କେବଳ ଡ. ରାଉତଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି । ଏହି ପୁରସ୍କାର ପାଇଁ ତାଙ୍କୁ ସାଥୀ ଉଇକିଆଳିମାନେ ଶୁଭେଚ୍ଛା ଜଣେଇବା ସହିତ ସାଧୁବାଦ ଜ୍ଞାପନ କରିଛନ୍ତି ।

Post Bottom Ad