ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୧୩ଶ ସଂସ୍କରଣ ଉନ୍ମୋଚିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Wednesday, 1 April 2020

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୧୩ଶ ସଂସ୍କରଣ ଉନ୍ମୋଚିତ


ଭଦ୍ରକ (୧ ଅପ୍ରେଲ ୨୦୨୦): ଆଜି ଉତ୍କଳ ଦିବସ ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୧୩ଶ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ସଂପ୍ରତି ବିଶ୍ୱରେ ଚାଲିଥିବା କରୋନାର ଭୟାବହତା ଏବଂ ଉତ୍କଳ ପ୍ରଦେଶର କିଞ୍ଚିତ୍ କଥାବସ୍ତୁ ଏବଂ କିଛି କାଳ୍ପନିକ କଥାବସ୍ତୁକୁ ଆଧାର କରି ଏଥରର ସଂସ୍କରଣଟି ପ୍ରକାଶ ପାଇଛି ଶୁଭପଲ୍ଲବର ୱେବ୍‌ସାଇଟ୍ shubhapallaba.inରେ ।

ଏହି ପତ୍ରିକାଟିର ଅଳଂକରଣ କରିଛନ୍ତି ସଦୂର ହାଇଦ୍ରାବାଦରେ ଅବସ୍ଥାପିତ ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ, ଯାହାକି ରାମନବମୀ ପାଇଁ ରାମଙ୍କ ଉପରେ ଆଧାରିତ ହୋଇଛି ଏବଂ କରୋନାକୁ ନିପାତ କରିବାକୁ ପ୍ରଭୁଙ୍କ ଧରାବତଣକୁ ଦର୍ଶାଯାଇଛି । ଗପ, କବିତା, ଭଜନ, ପ୍ରବନ୍ଧ, ବଡ଼ ଲୋକଙ୍କ ଜୀବନି, ରୋଷେଇ ଆଦିକୁ ନେଇ ସମୁଦାୟ ୧୯ଟି ପ୍ରସଙ୍ଗ ଏହି ସଂସ୍କରଣରେ ପ୍ରକାଶ ପାଇଛି, ଯାହାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ପତ୍ରିକାର ସମ୍ପାଦକ ତଥା ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ଏବଂ ଏହାର ସମ୍ପାଦକୀୟ ପୃଷ୍ଠାଟି ରଚନା କରିଛନ୍ତି ତାପସ ରଞ୍ଜନ ।

ଏହି ପତ୍ରିକାଟିର ୱେବ୍ ପୋର୍ଟାଲ୍ ଏବେ ଓଡ଼ିଆ ସମେତ ହିନ୍ଦୀ, ଇଂରାଜୀ, ତେଲୁଗୁ, ବଙ୍ଗଳା, ପଞ୍ଜାବୀ, ସଂସ୍କୃତ ଆଦିରେ ଉପଲବ୍ଧ ଏବଂ ଏତଦ୍ ବ୍ୟତୀତ ଶୁଭପଲ୍ଲବ-ଶିଶୁରାଇଜ ନାମକ ଏକ ନୂଆ ୱେବ୍ ପୋର୍ଟାଲ୍ ମଧ୍ୟ ପୂର୍ବମାସରୁ ସକ୍ରିୟ ଅଛି, ଯେଉଁଥିରେ ଛୋଟ ପିଲାଙ୍କ ପାଇଁ ଉଦିଷ୍ଟ ଗପ, କବିତା, ଗୀତ, ନୀତିବାଣୀ ଆଦି ଉପଲବ୍ଧ ହେଉଛି ।

Post Bottom Ad