ଉତ୍କଳ ଦିବସ ପୂର୍ବରୁ ଉତ୍କଳ ଦିବସ ଉପରେ ନୂଆ ଓଡ଼ିଆ ଗୀତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Wednesday, 25 March 2020

ଉତ୍କଳ ଦିବସ ପୂର୍ବରୁ ଉତ୍କଳ ଦିବସ ଉପରେ ନୂଆ ଓଡ଼ିଆ ଗୀତ


ବ୍ୟୁରୋ (୨୫ ମାର୍ଚ୍ଚ ୨୦୨୦): ସବୁ ବସି ବସି ଲୋକ୍ ବୋର୍ ନ ହୁଅନ୍ତୁ ବୋଲି ଆଜି "ଆମେ ଓଡ଼ିଆ ଭାରି ବଢ଼ିଆ" ଶୀର୍ଷକ ଏକ ଓଡ଼ିଆ ଗୀତ ମୁକ୍ତିଲାଭ କରିଛି । ମାନସ ରଞ୍ଜନ ଦାଶଙ୍କ କଣ୍ଠ ଓ ସଙ୍ଗୀତରେ ନିର୍ମାଣ କରାଯାଇଥିବା ଏହି ଗୀତଟି ଆସନ୍ତା ଉତ୍କଳ ଦିବସ ଅବସରରେ ମୁକ୍ତିଲାଭ କରିବାର ଥିଲା, ମାତ୍ର ବନ୍ଦ ଯୋଗୁଁ ଏହାକୁ ୭ ଦିନ ଆଗରୁ ରିଲିଜ୍ କରାଯାଇଛି ।

ଏବେ କରୋନା ଭୂତାଣୁ ଦାଉ ସାଜିଥିବାବେଳେ ମାର୍ଚ୍ଚ ୨୨ର ଜନତା କର୍ଫ୍ୟୁ ପରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ଭାରତ ସରକାର ୨୧ଦିନ ପାଇଁ ସମ୍ପୂର୍ଣ୍ଣ ଭାରତରେ କର୍ଫ୍ୟୁ ବା ଲକ୍‌ଡାଉନ୍ ଘୋଷଣା କରିଥିବାବେଳେ ଏବେ ସବୁ ଲୋକ ଘରେ ଆଉ ଘରେ ବସି ଗୀତ ଶୁଣିବାପାଇଁ ମାନସ ରଞ୍ଜନ ଦାଶ ରିଲିଜ୍ କରିଛନ୍ତି ନୂଆ ଏକ ଓଡ଼ିଆ ଗୀତ ।


ସୁବାସ ଚନ୍ଦ୍ର ଦାଶଙ୍କ ରଚିତ ଏହି ଗୀତଟିର ସ୍ୱର ସଂଯୋଜନା କରିଛନ୍ତି ମାନସ ରଞ୍ଜନ ଦାଶ ଏବଂ ସେ ନିଜେ ମଧ୍ୟ ଏଥିରେ କଣ୍ଠଦାନ କରିଛନ୍ତି । ଏହି ସମୟରେ ଲୋକେ ଘରେ ବସି ଏହି ଗୀତଟି ଶୁଣି ଖୁସି ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ମାନସ ରଞ୍ଜନ ।

Post Bottom Ad