ଶୁଭପଲ୍ଲବ ଇ-ପତ୍ରିକାର ତେଲୁଗୁ ୱେବ୍ ପୋର୍ଟାଲ୍ ଲୋକାର୍ପିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Tuesday, 14 January 2020

ଶୁଭପଲ୍ଲବ ଇ-ପତ୍ରିକାର ତେଲୁଗୁ ୱେବ୍ ପୋର୍ଟାଲ୍ ଲୋକାର୍ପିତ


ଭୁବନେଶ୍ୱର (୧୪ ଜାନୁଆରୀ ୨୦୨୦): ଆଜି ଭୁବନେଶ୍ୱର ସ୍ଥିତ ହଂସପାଳ ନିକଟସ୍ଥ ମେଟ୍ରୋ ସାଟେଲାଇଟ୍ ସିଟି ଫେଜ୍‌‌ଠାରେ ଶୁଭପଲ୍ଲବ ଇ-ପତ୍ରିକାର ତେଲୁଗୁ ୱେବ୍ ପୋର୍ଟାଲ telugu.shubhapallaba.com ଲୋକାର୍ପଣ ହୋଇଯାଇଛି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପତ୍ରିକାର କର୍ମକର୍ତ୍ତା ତାପସ ରଞ୍ଜନ, ସଂଗ୍ରାମ କେଶରୀ ସେନାପତି ଓ ଜଗନ୍ନାଥ ପାଣିଗ୍ରାହୀ ସମେତ ତେଲୁଗୁ ପୋର୍ଟାଲର ସମ୍ପାଦକ ଶ୍ରୀ ରାଜ ଶେଖରଙ୍କ ପିତା ନରସିଂହ୍ମା ମୂର୍ତ୍ତୀ ଏବଂ ମାତା ଏ. ଲକ୍ଷ୍ମୀ ଉପସ୍ଥିତ ଥିଲେ ।

ତେଲୁଗୁ ସମ୍ପ୍ରଦାୟର ଅନ୍ୟତମ ବଡ଼ ପର୍ବ ମକର ସଂକ୍ରାନ୍ତିର ପ୍ରଥମ ଦିନ ଭୋଗି ଅବସରରେ ଶୁଭପଲ୍ଲବର ଏହି ତେଲୁଗୁ ପୋର୍ଟାଲଟି ଲୋକାର୍ପିତ ହୋଇଛି, ଯେଉଁଥିରେ ରଥଯାତ୍ରା ଉପରେ ପ୍ରଥମ କବିତାଟିଏ ଲେଖିଛନ୍ତି ନିଜେ ସମ୍ପାଦକ ଶ୍ରୀ ରାଜ ଶେଖର ମହୋଦୟ ।


ଏହା ପୂର୍ବରୁ ପତ୍ରିକାଟିର ୱେବ୍ ପୋର୍ଟାଲ୍ ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ପଞ୍ଜାବୀ ଓ ବଙ୍ଗଳା ଭାଷାରେ ଉପଲବ୍ଧ ହେଉଛି । ୨୦୧୮ ମସିହା ନୂଆବର୍ଷଠାରୁ ତ୍ରୟମାସିକ ଇ-ପତ୍ରିକା ଭାବରେ ନିୟମିତ ପ୍ରକାଶ ପାଉଥିବା ଏହି ପତ୍ରିକାଟି ଏହି ବର୍ଷଠାରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।

Post Bottom Ad