ଅହିୟାସ ଉଚ୍ଚ ବିଦ୍ୟାଳୟ ଉପରେ ପ୍ରାମାଣିକ ଚଳଚ୍ଚିତ୍ର - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Wednesday, 8 January 2020

ଅହିୟାସ ଉଚ୍ଚ ବିଦ୍ୟାଳୟ ଉପରେ ପ୍ରାମାଣିକ ଚଳଚ୍ଚିତ୍ର


ବ୍ୟୁରୋ (୮ ଜାନୁଆରୀ ୨୦୨୦): ଯିଏ ଅନ୍ଧାରରୁ ଆଲୋକକୁ ବାଟ କଢ଼େଇ ନେଇଥାଏ, ସେ ଗୁରୁ ଆଉ ଗୁରୁମାନଙ୍କର ସ୍ଥାନ ପୂର୍ବେ ଚାଟଶାଳୀ ଥିଲା, ଯାହାକି ଅଧୁନା ସ୍କୁଲ, କଲେଜ ଭାବରେ ଆମେ ଜାଣୁଛନ୍ତି । ଆଜିର ଦୁନିଆରେ ଅନେକ ସ୍କୁଲ ନିର୍ମାଣ ହେଉଛି, ଆଉ କେତେ ସ୍କୁଲ ବି ଭାଙ୍ଗିଗଲାଣି । ହେଲେ ନୂଆ ହେଉ କି ପୁରୁଣା, ସ୍କୁଲ ସବୁବେଳ ସ୍କୁଲ ହୋଇଥାଏ ଆଉ ତା' ପାଇଁ ଅନେକ ଛାତ୍ରଛାତ୍ର ଆଜି କେତେ ଉଚ୍ଚ ସ୍ଥାନରେ ଅଛନ୍ତି, ତାହା ସଭିଏଁ ଜାଣିଛନ୍ତି ।

ହେଲେ ସେ ସ୍କୁଲରୁ ପଢ଼ା ସାରି ଆସିବା ପରେ ଆଉ କେତେଜଣ ସେ ସ୍କୁଲ ବିଷୟରେ ଚିନ୍ତା କରନ୍ତି କହିଲେ? ସଭିଏଁ ନିଜ ନିଜ କାମରେ ବ୍ୟସ୍ତ ହୋଇ ଅର୍ଥ ଉପାର୍ଜନରେ ଲାଗିଯାଆନ୍ତି । କିନ୍ତୁ ସମସ୍ତେ ସମାନ ନଥାନ୍ତି । ସେଇଥିପାଇଁ ତ ଯାଜପୁର ଜିଲ୍ଲାର ଅହିୟାସ ଉଚ୍ଚ ବିଦ୍ୟାଳରୁ ପାଠ ପଢ଼ାପରେ ଜଣେ ସମାଜସେବୀ ଭାବରେ କାର୍ଯ୍ୟ କରୁଥିବା ଜଣେ ଉଦୀୟମାନ ଯୁବକ ସିଦ୍ଧାର୍ଥ ଶଙ୍କର ଦାଶ ତାଙ୍କ ବିଦ୍ୟାଳୟର ଯାତ୍ରା ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ।

ସେ ତାଙ୍କର ନିଜସ୍ୱ ଉଦ୍ୟମରେ କିଛି ପୁରାତନ ଛାତ୍ରଙ୍କୁ ଏକତ୍ର କରି ଏହି ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କାର୍ଯ୍ୟ ଚଳେଇଛନ୍ତି । ଏହି ଚଳଚ୍ଚିତ୍ରର ବିଷୟ ବସ୍ତୁ ରହିବ ତାଙ୍କ ବିଦ୍ଯାଳୟର ସ୍ୱର୍ଣ୍ଣିମ ତଥା ସୁନ୍ଦର ଯାତ୍ରାର କାହାଣୀ ଓ ଗୁରୁ-ଶିଷ୍ୟଙ୍କର ଅଭୁଲା ଅନୁଭୂତି ।

Post Bottom Ad