ତୁର୍କିରେ ବଡ଼ ଧରଣର ଭୂମିକମ୍ପ - ବ୍ୟାପକ କ୍ଷୟକ୍ଷତି ସୂଚନା - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Saturday, 25 January 2020

ତୁର୍କିରେ ବଡ଼ ଧରଣର ଭୂମିକମ୍ପ - ବ୍ୟାପକ କ୍ଷୟକ୍ଷତି ସୂଚନା

Photo: The Telegraph

ବ୍ୟୁରୋ (୨୫ ଜାନୁଆରୀ ୨୦୨୦): ତୁର୍କୀର ପୂର୍ବାଞ୍ଚରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ପ୍ରାୟ ୬.୭ ତୀବ୍ରତାରେ ଏହି ଭୂକମ୍ପ ହୋଇଥିବା ଜଣାପଡ଼ିଛି । ଏହି ଭୂକମ୍ପରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାବେଳେ ପ୍ରାୟ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେହିପରି ଶହ ଶହ ଘର କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଲାଜିକ୍ ପ୍ରୋଭିନ୍ସ ଅଂଚଳରେ ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଅନୁମାନ କରାଯାଇଛି ।

ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହତମାନଙ୍କୁ ନିକଟସ୍ଥ ହସ୍ପାତାଳରେ ଭର୍ତ୍ତି କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁସାରେ ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବ ସୂଚନା ମିଳିଛି ।

Post Bottom Ad