ସାହିତ୍ୟିକ ମନୋଜ ଦାସ ପାଇବେ ପଦ୍ମଭୂଷଣ ସମ୍ମାନ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Saturday, 25 January 2020

ସାହିତ୍ୟିକ ମନୋଜ ଦାସ ପାଇବେ ପଦ୍ମଭୂଷଣ ସମ୍ମାନ


ବ୍ୟୁରୋ (୨୫ ଜାନୁଆରୀ ୨୦୨୦): ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ ସ୍ରଷ୍ଟା ତଥା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଆ ସାହିତ୍ୟିକ ମନୋଜ ଦାସଙ୍କୁ ମିଳିବ ଭାରତ ସରକାରଙ୍କ ପ୍ରଦତ୍ତ ସମ୍ମାନଜନକ ପୁରସ୍କାର ପଦ୍ମଭୂଷଣ । ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଲାଗି ଶ୍ରୀଯୁକ୍ତ ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି । ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୦୧ ମସିହାରେ ମନୋଜ ଦାସଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

ପୁଡୁଚେରୀରେ ଏକ ଶିକ୍ଷାନୁଷ୍ଠାନରେ ବର୍ତ୍ତମାନ କାର୍ଯ୍ୟରତ ଥିବା ମନୋଜ ଦାସଙ୍କୁ ଏହା ପୂର୍ବରୁ ତାଙ୍କର ପାଇଁ ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି । କେନ୍ଦ୍ର ସାହିତ୍ୟ ଏକାଡେମୀ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଭଳି ଭାରତୀୟ ସାହିତ୍ୟ କ୍ଷେତ୍ରର ବହୁତ ବଡ଼ ବଡ଼ ସମ୍ମାନରେ ସମ୍ନାମିତ ହୋଇଛନ୍ତି ସେ ।

Post Bottom Ad