ଆଜି ରାତି ୧୦ଟା ଭିତରେ ସ୍ଥଳଭାଗକୁ ଛୁଇଁପାରେ ବାତ୍ୟା ବୁଲ୍‌ବୁଲ୍‌ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Saturday, 9 November 2019

ଆଜି ରାତି ୧୦ଟା ଭିତରେ ସ୍ଥଳଭାଗକୁ ଛୁଇଁପାରେ ବାତ୍ୟା ବୁଲ୍‌ବୁଲ୍‌


ବ୍ୟୁରୋ (୯ ନଭେମ୍ବର ୨୦୧୯): ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ ବାତ୍ୟା ବୁଲ୍‌ବୁଲ୍ ପାରାଦୀପଠାରୁ ପାଖାପାଖି ୯୫ କି.ମି. ଦୂରେ ରହିଛି । ଏହା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ବଙ୍ଗଳାଦେଶ ଆଡ଼କୁ ଗତି କରୁଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏହା ଆଜି ଅପରାହ୍ନ ୫ଟାରୁ ରାତି ୧୦ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ।

ବାତ୍ୟା ପ୍ରଭାବରେ ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବର୍ଷା ହେଉଛି । ଭଦ୍ରକ ଜିଲ୍ଲାରେ ଧାମରାରେ ପବନରେ ବେଗ ସର୍ବାଧିକ ଘଣ୍ଟାପ୍ରତି ୧୧୦ କିଲୋମିଟର ରେକର୍ଡ଼ କରାଯାଇଛି । ରାଜନଗରରେ ସର୍ବାଧିକ ୧୮୦ ମିଲିମିଟର ବର୍ଷା ହୋଇଛି, ଯାହାକି କିଛି ଘଣ୍ଟା ପୂର୍ବରୁ ସର୍ବାଧିକ ପାରାଦୀପରେ ଥିଲା । ଏବେ ପାରାଦୀପରେ ୧୫୩ ମିଲିମିଟର, ଭଦ୍ରକର ଚାନ୍ଦବାଲିରେ ୧୫୦ ମିଲିମିଟର, କେନ୍ଦ୍ରାପଡ଼ାରେ ୧୩୬ କିଲୋମିଟର ଓ ତିର୍ତ୍ତୋଲରେ ୧୦୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।

ପ୍ରବଳ ବର୍ଷା ଫଳରେ ତଳିଆ ଅଞ୍ଚଳରେ ବର୍ଷା ଜଳ ଭରି ଯାଇଛି । ପାରାଦୀପ ଓ ଏହାର ନିକଟବର୍ତ୍ତୀ ସମୁଦ୍ରକୂଳିଆ ଅଞ୍ଚଳ, ରାଜନଗର, ରାଜକନିକା, ମହାକାଳପଡ଼ା, ଭଦ୍ରକର ବାସୁଦେବପୁର, ଚାନ୍ଦବାଲି ଓ ବାଲେଶ୍ୱରର ଭୋଗରାଇ ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି । ତେବେ ବର୍ଷା ଓ ପବନ କମି ଯାଇଥିବା ସଥାନରେ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀଙ୍କ ଦ୍ୱାରା ଗଛ କଟା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି ।

Post Bottom Ad