ବ୍ୟୁରୋ (୯ ନଭେମ୍ବର ୨୦୧୯): ଦୀର୍ଘ ୭୦ ବର୍ଷ ଧରି ଚାଲି ଆସୁଥିବା ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ଆଜି ଶୁଣାଣି କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ରଞ୍ଜନ ଗୋଗୋଇ ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ହିଁ ଏହି ଐତିହାସିକ ରାୟ ଶୁଣାଇଛନ୍ତି ।
![]() |
Business Standard |
ଆଜି ସକାଳ ୧୦ଟା ୩୦ ମିନିଟ୍ରେ ଏହି ଶୁଣାଣି ଆରମ୍ଭ କରିଥିଲେ । ନ୍ୟାୟାଧୀଶ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାତ୍ର ୩୦ ମିନିଟ ମଧ୍ୟରେ ସର୍ବସମ୍ମତି କ୍ରମେ ରାୟ ଦେଇ ଏହି ୭୦ ବର୍ଷର ବିବାଦ ଉପରେ ଏକ ପୂର୍ଣ୍ଣଛେଦ ଟାଣିଛନ୍ତି । ଅଯୋଧ୍ୟାର ଏହି ବିବାଦୀୟ ସ୍ଥଳରେ ହିଁ ରାମ ମନ୍ଦିର ନିର୍ମାଣ ହେବ ଏବଂ ମସ୍ଜିଦ୍ ନିର୍ମାଣ ଲାଗି ଅନ୍ୟତ୍ର ୫ ଏକର ଜମି ଦିଆଯିବ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।
ଏହି ରାୟକୁ ନେଇ ଦେଶବ୍ୟାପୀ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହିନ୍ଦୁ ପକ୍ଷ ଏହାକୁ ସ୍ୱାଗତ କରିଥିବାବେଳେ ମୁସଲମାନ ପକ୍ଷରୁ କେତେକାଂଶରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏହି ଶୁଣାଣୀ ପରେ ଉତ୍ତର ପ୍ରଦେଶରେ ଆଇନ ବ୍ୟବସ୍ଥା କଡ଼ାକଡ଼ି ହେବା ସହ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିବାବେଳେ ଦେଶବ୍ୟାପୀ ସଜାଗ ରହିଛି ପୋଲିସ ପ୍ରଶାସନ ।