ଭୁଲରେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ: କ୍ରୋଧିତ ହୋଇପାରନ୍ତି ମାଆ ଲକ୍ଷ୍ମୀ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Friday, 4 October 2019

ଭୁଲରେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ: କ୍ରୋଧିତ ହୋଇପାରନ୍ତି ମାଆ ଲକ୍ଷ୍ମୀ


ପ୍ରତିଦିନ ଗୃହକୁ ସଫାସୁତୁରା କରିବା ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ବୋଲି ଜନମାନସରେ ବିଶ୍ୱାସ ରହିଛି । ଏହାଦ୍ୱାରା ଘରର ଶାନ୍ତି ବଜାୟ ରହିବା ସହ ଧନଧାନ୍ୟରେ ଘର ପୂରି ଉଠେ । ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତା'ର ଆଶାନୁରୂପକ ଅର୍ଥ ପ୍ରାପ୍ତି ହୋଇନଥାଏ । ଏଥିରେ ଆମେ ବ୍ୟତିବ୍ୟସ୍ତ ହୋଇପଡ଼ୁ ଏବଂ ଭଗବାନଙ୍କୁ ଦୋଷାରପ କରିବାକୁ ପଛାଇନଥାଉ । ପ୍ରକୃତରେ ଏହା ପଛର ଥିବା ମୂଳ କାରଣ ହେଉଛି ଆମେ ଅଜଣାତରେ ଏପରି କିଛି କାର୍ଯ୍ୟ କରୁ ଯାହାଦ୍ୱାରା ମାଆ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେମିତି କିଛି କାର୍ଯ୍ୟ ସମ୍ବନ୍ଧରେ...

  • ସର୍ବଦା ଗୃହରେ ବିନା କାରଣରେ କ୍ରୋଧ କଲେ, ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଓ ସେହି ଗୃହରେ ଅଶାନ୍ତି ଲାଗି ରହେ ।
  • ଘରକୁ ଯଦି କୌଣସି ସାଧୁ, ଅତିଥି କିମ୍ବା ଭିକାରୀ ଭୋଜନ ସମୟରେ ଆସନ୍ତି, ତାଙ୍କ ଉପରେ ବିରକ୍ତ ହେବା ଉଚିତ ନୁହେଁ ।
  • ନିୟମିତ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ପାଖରେ ଦୀପ ଜଳାଇବା ଉଚିତ । ଏହା ଦ୍ୱାରା ମାଆଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାଆନ୍ତି । ଏଭଳି କାର୍ଯ୍ୟ କରୁଥିବା ଗୃହରେ କେବେ ଧନର ଅଭାବ ରହେନାହିଁ ।
  • ସକାଳେ ସୂର୍ଯ୍ୟୋଦୟ ପରେ ଏବଂ ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ପରେ ଶୋଇବା ଦ୍ୱାରା ଗୃହରେ ଧନହାନୀ ହୋଇଥାଏ ।
  • ସର୍ବଦା ଘରକୁ ସ୍ୱଚ୍ଛ ରଖିବା ସହ ପରିଷ୍କାର ପୋଷାକ ପିନ୍ଧିବା ଆବଶ୍ୟକ, କାରଣ ମାଆ ମହାଲକ୍ଷ୍ମୀ ସବୁବେଳେ ସଫାସୁତୁରା ସ୍ଥାନକୁ ପସନ୍ଦ କରିଥାନ୍ତି, ଯାହା ଫଳରେ ମାଆଙ୍କ କୃପା ରହିଥାଏ ।
  • ଯେଉଁ ଝିଅମାନେ ବା ବୋହୂମାନେ ପାଉଞ୍ଜି ପିନ୍ଧୁଛନ୍ତି, ସେଥିରେ ଘୁଙ୍ଗୁର ରହିବା ନିତ୍ୟାନ୍ତ ଆବଶ୍ୟକ । ଏହା ଦ୍ୱାରା ମାଆଳକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ଧନର ବୃଦ୍ଧି ହୋଇଥାଏ ।

Post Bottom Ad