ଜ‌ାତୀୟ ମହିଳା ଫୁଟ୍‌ବଲ୍‌ ଶିବିରରେ ୩ ଓଡ଼ିଆ ଖେଳାଳୀ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Friday, 4 October 2019

ଜ‌ାତୀୟ ମହିଳା ଫୁଟ୍‌ବଲ୍‌ ଶିବିରରେ ୩ ଓଡ଼ିଆ ଖେଳାଳୀ


ବ୍ୟୁରୋ: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରଶିକ୍ଷଣ ପାଇଁ ଓଡ଼ିଶାରୁ ତିନିଜଣ ଖେଳାଳି ମନୋନୀତ ହୋଇଛନ୍ତି । ସେମାନେ ହେଲେ ମୟୂରଭଞ୍ଜର ଯବାମଣୀ ଟୁଡୁ, ଓଡ଼ିଶା ପୁଲିସର ଆରତି ଅନିମା ଖଡ଼ିଆ ଓ କଟକ ସାଇ ପ୍ରଶିକ୍ଷଣ କେନ୍ଦ୍ରର ସୋନି ବେହେରା । ୨୦୨୨ ଏଏଫ୍‌ସି ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ଦଳ ଦିଲ୍ଲୀରେ ପ୍ରସ୍ତୁତି କରିବାର ଲକ୍ଷ୍ୟ ରଖିଛି । ଏହି ପ୍ରଶିକ୍ଷଣ ପରେ ଭାରତୀୟ ଦଳ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଖେଳିବା ପାଇଁ ଭିଏତନାମ ଗସ୍ତ କରିବ ।

Post Bottom Ad