ବ୍ୟୁରୋ (୪ ଅକ୍ଟୋବର ୨୦୧୯): ବିଶାଖାପାଟଣାରେ ଚାଲିଥିବା ଟେଷ୍ଟରେ ଭାରତର ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଟେଷ୍ଟ କ୍ରିକେଟ୍ରେ ୨୦୦ ୱିକେଟ ନେଇ ନୂଆ ରେକର୍ଡ଼ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଶୁକ୍ରବାର ଦିନ ସେ ଡିନ ଏଲଗରଙ୍କୁ ଆଉଟ କରି ଟେଷ୍ଟ କ୍ରିକେଟ୍ରେ ୨୦୦ ଓ୍ଵିକେଟ୍ ପୂରା କରିଛନ୍ତି । ଏହି ବାମହାତୀ ବୋଲର ନିଜର ୪୪ତମ ଟେଷ୍ଟରେ ଏହି ଅଭିଜ୍ଞତା ହାସଲ କରିଛନ୍ତି । ସେ ସବୁଠାରୁ କମ ଟେଷ୍ଟରେ ଏହି ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଜାଡ଼େଜା ଶ୍ରୀଲଙ୍କାର ରଙ୍ଗନା ହେରାଥଙ୍କ ୪୭ ମ୍ୟାଚ୍ର ରେକର୍ଡ ମଧ୍ୟ ଅତିକ୍ରମ କରିଛନ୍ତି ।
ରବୀନ୍ଦ୍ର ଜାଦେଜା ପୂର୍ବରୁ ୧୯୮ଟି ଟେଷ୍ଟ ଓ୍ଵିକେଟ୍ ନେଇଥିଲେ। ତାଙ୍କୁ ସେ ମ୍ୟାଚର ୨ୟ ଦିନରେ ଡିନ ପିଡଙ୍କୁ ଆଉଟ କରିଥିଲେ । ପରେ ୩ୟ ଦିନରେ ପୁଣି ଗୋଟିଏ ଓ୍ଵିକେଟ୍ ନେଇ ଏହି ରେକର୍ଡ କରିଛନ୍ତି ।