ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବାପରେ ଇଦ-ଉଲ-ଜୁହାରେ ଭାରତର ମିଠା ନେଲାନି ପାକିସ୍ତାନ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Monday, 12 August 2019

ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବାପରେ ଇଦ-ଉଲ-ଜୁହାରେ ଭାରତର ମିଠା ନେଲାନି ପାକିସ୍ତାନ


ନୂଆଦିଲ୍ଲୀ (୧୨ ଅଗଷ୍ଟ ୨୦୧୯): ଔଷଦ ରାଗରେ ତାଟିଆ କାମୁଡ଼ୁଛି ପାକିସ୍ତାନ ! ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବାପରେ ଇଦ-ଉଲ-ଜୁହାରେ ଭାରତର ମିଠା ନେଲାନି ପାକିସ୍ତାନ । ପ୍ରତି ବର୍ଷ ଇଦ-ଉଲ-ଜୁହା ଅବସରରେ ଭାରତ ପାକିସ୍ତାନକୁ ମିଠା ଦେଇଥାଏ । ପ୍ରତି ବର୍ଷ ସୀମାନ୍ତରେ ଥିବା ଉଭୟ ଦେଶର ଯବାନମାନେ ପରସ୍ପରକୁ ମିଠା ଦେଇଥାନ୍ତି । ହେଲେ ଏଥର ବିଏସଏଫ ଯବାନମାନଙ୍କଠାରୁ ମିଠା ନେବାକୁ ମନା କରିଦେଇଛି ପାକ୍ ସୀମାନ୍ତରେ ଥିବା ସେନା । କଶ୍ମୀରର ହୁସେନବାଲା ସୀମାରେ ଚଳିତଥର ମିଠା ଆଦାନ ପ୍ରଦାନ ହୋଇପାରିଲା ନାହିଁ ।

ସୂଚନାଯୋଗ୍ୟ ଯେ ଅଧିକାଂଶ ବଡ଼ ବଡ଼ ଉତ୍ସବ ପାଳନ ଅବସରରେ ଯେପରି ଅଟାରୀ ଓ ୱାଘା ସୀମାରେ ପାକିସ୍ତାନ ଓ ଭାରତ ମଧ୍ୟରେ ମିଠା ଦିଆ ନିଆ ହୋଇଥାଏ ହେଲେ ଏହା ଏଥର ହୋଇନାହିଁ । ଏପରିକି ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ହୁସୈନିୱାଲାର ଜଏଣ୍ଟ ବର୍ଡର ଚେକ୍ ପୋଷ୍ଟରେ ମିଠା ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇନାହିଁ ।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବାନେଇ ପାକିସ୍ତାନ ନିଜର ଅସନ୍ତୋଷ ପ୍ରକାଶ କରିବାଲାଗି ଏଭଳି ପଦକ୍ଷେପ ନେଇଥଇବା କୁହାଯାଉଛି । ଏହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

Post Bottom Ad