ଭଦ୍ରକ (୧୫/୦୮/୨୦୧୯): ଆଜି ଭଦ୍ରକର ବିଭିନ୍ନ ସ୍ଥାନରେ ୭୩ତମ ଭାରତୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯାଇ ସ୍ୱାଧୀନତା ଦିବସ ପାଳନ କରାଯାଇଛି ।
ସହରର ଅନ୍ୟସ୍ଥାନମାନଙ୍କ ଭଳି ଜିଲ୍ଲାପାଳକଙ୍କ କାର୍ଯ୍ୟାଳୟ ପରିସରରେ ୭୩ତମ ସ୍ୱାଧୀନତା ଦିବସ ପାଳନ କରାଯିବାପାଇଁ ସକାଳ ୮ଟା ୩୦କୁ ସମୟ ନିର୍ଦ୍ଧାରଣ କରାଯାଇଛି । ଏବଂ ପୂର୍ବ ନିର୍ଦ୍ଧାରିତ ସମୟାନୁସାରେ ଭଦ୍ରକ ଉପଜିଲ୍ଲାପାଳ ପହଞ୍ଚିଥିଲେ ଏବଂ ଜିଲ୍ଲାପାଳ ଅଫିସର କର୍ମଚାରୀ, ଆରକ୍ଷୀ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ତଥା ଅତିଥିମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ । ଇତ୍ୟାବସରରେ ଉପଜିଲ୍ଲାପାଳ ନିଜର ବକ୍ତବ୍ୟ ରହିବା ସହ ଜଣେ କବି ମାଟି ମାଆ ଉଦ୍ଦେଶ୍ୟରେ କବିତାପାଠ କରିଥିଲେ, ଯାହାକୁ ନିଜର ଉପଜିଲ୍ଲାପାଳ ମହୋଦୟ ପ୍ରଶଂସା କରିଥିଲେ ।