ଓଡ଼ିଆ ଯୁବକ ସଂଗ୍ରାମଙ୍କ ବିରଳ ବିଶ୍ୱରେକର୍ଡ଼ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Saturday, 13 July 2019

ଓଡ଼ିଆ ଯୁବକ ସଂଗ୍ରାମଙ୍କ ବିରଳ ବିଶ୍ୱରେକର୍ଡ଼


ଭଦ୍ରକ (୧୩ ଜୁଲାଇ ୨୦୧୯): ଜ୍ଞାନ ବାଣ୍ଟିଲେ ବଢ଼େ, ତେଣୁ ଜଣେ ଓଡ଼ିଆ ଯୁବକ ସଂଗ୍ରାମ କେଶରୀ ସେନାପତି ଦୀର୍ଘ ଦୁଇବର୍ଷ ଧରି ଇଣ୍ଟରନେଟରେ ଉପଲବ୍ଧ ଖୋଲା ଜ୍ଞାନକୋଷ ଉଇକିପିଡ଼ିଆରେ ପ୍ରତ୍ୟେକଦିନ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖି ବିରଳ ବିଶ୍ୱ ରେକର୍ଡ଼ ସୃଷ୍ଟି କରିଛନ୍ତି ।

ଉଇକିପିଡ଼ିଆ, ଇଣ୍ଟରନେଟରେ ଉପଲବ୍ଧ ଏକ ମୁକ୍ତ ଏନ୍‌ସାଇକ୍ଲୋପିଡ଼ିଆ ବା ଜ୍ଞାନକୋଷ ଯାହାକି ଏବେ ଇଂରାଜୀ ସମେତ ୩୦୪ଟି ଭାଷାରେ ଉପଲବ୍ଧ । ଉଇକିପିଡ଼ିଆରେ ଉପଲବ୍ଧ ତଥ୍ୟ ପ୍ରାସଙ୍ଗିକ ଏବଂ ଆଧାରଯୁକ୍ତ ହୋଇଥିବାରୁ ଏହାକୁ ଅଧିକାଂଶ ସ୍ଥାନରେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଏଥି ସହ ଏହି ଏନ୍‌ସାଇକ୍ଲୋପିଡ଼ିଆରେ ସ୍ଥାନିତ ସମସ୍ତ ଲେଖା CC-SA 3.0ରେ ଉପଲବ୍ଧ, ଯାହାକୁ କେହି ବି ମାଗଣାରେ ପଢ଼ିପାରିବେ । ତେଣୁ ଓଡ଼ିଆ ଉଇକିପିଡ଼ିଆରେ ଅଧିକରୁ ଅଧିକ ପ୍ରସଙ୍ଗ ଯୋଡ଼ିବା ଅତି ଆବଶ୍ୟକ ।

୨୦୧୪ ମସିହାରୁ ଓଡ଼ିଆ ଉଇକିପିଡ଼ିଆରେ କାର୍ଯ କରିଆସୁଥିବା ସଂଗ୍ରାମ ୨୦୧୭ ମସିହାରୁ ପ୍ରତ୍ୟେକ ଦିନ ଅତିକମରେ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖିବା ପାଇଁ ସ୍ଥିର କରିଥିଲେ । ଉଇକିପିଡ଼ିଆରେ #100wikidays ନାମକ ଏକ ପ୍ରସଙ୍ଗ ଲିଖନ ପ୍ରତିଯୋଗୀତାରୁ ସେ ଲେଖିବା ଆରମ୍ଭ କରିଥିଲେ ଏବଂ ପରେ ପରେ ସେହି ଲିଖନ ଧାରାକୁ ଜାରି ରଖିଥିଲେ ଯାହାକି #1WikiYear ଓ #2WikiYearରେ ପରିଣତ ହେଇଗଲା ଏବଂ ଏବେ ମଧ୍ୟ ସେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖି ଆସୁଛନ୍ତି । ବିଭିନ୍ନ ବାଧାବିଘ୍ନରେ ସେ କେବେ ପ୍ରସଙ୍ଗ ରଚନାରୁ ବିରତ ହୋଇନାହାନ୍ତି । ଏମିତିକି ୨୦୧୭ ମସିହାର ଅପ୍ରେଲ ମାସରେ ଭଦ୍ରକରେ ଉପୁଜିଥିବା ଦଙ୍ଗା ସମୟରେ ଦୁଇଦିନ ଧରି ଇଣ୍ଟରନେଟ ସେବେ ବନ୍ଦ କରିଦିଆଯାଇଥିଲା । ମାତ୍ର ସେ କର୍ଫ୍ୟୁ କୋହଳ ହେବାପରେ ମିଳୁଥିବା କିଛି ବିରତି ସମୟରେ ମୋଟରସାଇକେଲ ଜରିଆରେ ବାଲେଶ୍ୱର ଆଡ଼କୁ ଯାଉଥିଲେ ଏବଂ ଇଣ୍ଟରନେଟ ଆସିବାପରେ ରାସ୍ତାକଡ଼ରେ ଲ୍ୟାପଟପ ଧରି ପ୍ରସଙ୍ଗ ଲେଖିଥିଲେ ।


ପେଶାରେ ଜଣେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିବା ସଂଗ୍ରାମ ଓଡ଼ିଆ ଇ-ପତ୍ରିକା ଏବଂ ୱେବ୍ ପୋର୍ଟାଲ୍ ଶୁଭପଲ୍ଲବର ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ସମ୍ପାଦକ । ଏହି ପତ୍ରିକା ପ୍ରଥମ ଅଡ଼ିଓ ପତ୍ରିକା ବାହାର କରୁଛି, ଯେଉଁଥିରେ ଲୋକମାନେ ଗପ ପଢ଼ିବା ପରିବର୍ତ୍ତେ ଗପ ଶୁଣିପାରିବେ, ଯାହାକି ୟୁ-ଟ୍ୟୁବ‌ରେ ଉପଲୋବ୍ଧ । ଶୁଭପଲ୍ଲବ ଏବେ ଓଡ଼ିଆ ସମେତ ଇଂରାଜୀ, ବଙ୍ଗଳା, ହିନ୍ଦୀ ଓ ସଂସ୍କୃତ ଭାଷା ଆଦିରେ ଉପଲବ୍ଧ ହେବାକୁ ଯାଉଛି ।

Post Bottom Ad