ଭଦ୍ରକ (୧୬/୭/୨୦୧୯): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରର ଶେଷ ରୀତି ନୀଳାଦ୍ରିବିଜେ ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୭ମ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ନୀଳାଦ୍ରିବିଜେକୁ ୨୦୧୫ ମସିହାର ନବକଳେବର ପରଠାରୁ ରସଗୋଲା ଦିବସ ଭାବରେ ମଧ୍ୟ ପାଳ କରାଯାଉଛି, ତେଣୁ ବନ୍ଧୁମାନଙ୍କୁ ରସଗୋଲା ଭେଟି ଦେବାଭଳି ଶୁଭପଲ୍ଲବ ତରଫରୁ ପାଠକପାଠିକା ତଥା ଲେଖିକଲେଖିକାମାନଙ୍କୁ ପତ୍ରିକା ଭେଟି ଦେଇଛନ୍ତି ।
ଏହି ସଂସ୍କରଣରେ ସମୁଦାୟ ୫୮ ଗୋଟିଏ ଗପ, କବିତା, ଭ୍ରମଣ କାହାଣୀ, ପ୍ରବନ୍ଧ ଆଦି ସ୍ଥାନ ପାଇଛି । ଏହି ସଂସ୍କରଣର ଅଳଂକରଣ କାର୍ଯ୍ୟ କରିଛନ୍ତି ପତ୍ରିକାର ଅନ୍ୟତମ ସହଯୋଗୀ ସମ୍ବିତ ଦାସ । ପୂର୍ବଥର ଭଳି ଏହଥର ମଧ୍ୟ ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି ପତ୍ରିକାର ସମ୍ପାଦନା କରିଛନ୍ତି ଏବଂ ତାପସ ଏହାର ସମ୍ପାଦକୀୟ ଲେଖାଟି ରଚନା କରିଛନ୍ତି । ଗୁରୁ ନାନକଙ୍କର ୫୦୦ ତମ ଜୟନ୍ତୀ ଅବସରରେ ତାଙ୍କର ପୁରୀ ଆସି ଜଗନ୍ନାଥ ଦର୍ଶନ କରିବା କଥାକୁ ଉଭୟ ମୁଖ ପୃଷ୍ଠା ଏବଂ ସମ୍ପାଦକୀୟରେ ସ୍ଥାନ ଦିଆଯାଇଛି । ଏହି ପତ୍ରିକାଟି ଶୁଭପଲ୍ଲବର ୱେବ୍ସାଇଟ୍ https://shubhapallaba.in/7th-edition ରେ ଉପଲବ୍ଧ ହେଉଛି ।