ଉତ୍କଳ ଦିବସ ପାଇଁ ନବପଲ୍ଲବର ୨ୟ ସଂସ୍କରଣ ଉନ୍ମୋଚନ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Sunday, 1 April 2018

ଉତ୍କଳ ଦିବସ ପାଇଁ ନବପଲ୍ଲବର ୨ୟ ସଂସ୍କରଣ ଉନ୍ମୋଚନ

ଓଡ଼ିଶା (୧/୪/୨୦୧୮): ଉତ୍କଳ ଦିବସ ସମଗ୍ର ଓଡ଼ିଶା ସମେତ ଓଡ଼ିଶା ବାହାରେ ମଧ୍ୟ ବଡ଼ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ମ‌ହଲରେ ଭିନ୍ନ ଭିନ୍ନ ପ୍ରକାରେ ଉତ୍କଳ ଦିବସ ପାଳୁଛନ୍ତି । ଆଜିର ଉତ୍କଳ ଦିବସ ଅବସରରେ ଓଡ଼ିଆ ଯୁବକମାନଙ୍କର ଉଦ୍ୟମରେ ପ୍ରକାଶିତ ଇ-ପତ୍ରିକା ନବପଲ୍ଲବର ୨ୟ ସଂସ୍କରଣ ଉନ୍ମୋଚିତ ହୋଇଛି । ଏହି ପତ୍ରିକାଟିର ପ୍ରଥମ ସଂସ୍କରଣ ଜାନୁଆରୀ ୧ରେ ପ୍ରକାଶ ପାଇଥିଲା ଏବଂ ପୂର୍ବରୁ ବିଶ୍ୱ ମାତୃଭାଷା ଦିବସ ଅବସରରେ ଓଡ଼ିଆ ଗୀତଟିଏ ମଧ୍ୟ ମୁକ୍ତିଲାଭ କରିଥିଲା । ପ୍ରଥମ ଓଡ଼ିଆ ପତ୍ରିକା ଭାବରେ ଏହାର ଲେଖାଗୁଡ଼ିକର ଅଡ଼ିଓ ରେକର୍ଡ଼ିଂ ୟୁ-ଟ୍ୟୁବ୍‌ରେ ଉପଲବ୍ଧ ହୋଇଥିଲା ।


ଆଜି ଏହି ପତ୍ରିକାଟିର ୨ୟ ସଂସ୍କରଣ ନବପଲ୍ଲବର ୱେବ୍‌ସାଇଟ୍ (nabapallaba.wordpress.com)ରେ ଉନ୍ମୋଚିତ ହୋଇଛି । ମହାରାଷ୍ଟ୍ରରେ ଅବସ୍ଥାପିତ ଓଡ଼ିଆ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ ଏହି ପତ୍ରିକାଟିର ଅଳଂକରଣ କାର୍ଯ୍ୟ କରିଥିଲେ ଏବଂ ସମ୍ୱିତ ଦାସ ପତ୍ରିକାଟିର ସାଜସଜ୍ଜା କରିଥିଲେ । ସଂଗ୍ରାମ କେଶରୀ ସେନାପତି ଏବଂ ତାପସ ରାଞ୍ଜନ ପତ୍ରିକାଟିର ସମ୍ପାଦନା କରିଥିବା ବେଳେ ଟୁଇଟରରେ ଲୋକପ୍ରିୟତା ଅର୍ଜନ କରିଥିବା ନିଧି ଅଜା, ଅକାଳ କୁଷ୍ମାଣ୍ଡ ଏବଂ ମାନସ ରଞ୍ଜନ ଦାଶ ଏହାର ସ‌ହ-ସମ୍ପାଦନା ଦାୟିତ୍ୱ ନିଭେଇଥିଲେ । ଏହି ସଂସ୍କରଣରେ ନୂଆ ତ‌ଥା ପୁରୁଣା ଲେଖକ ଲେଖିକାମାନଙ୍କର ସମୁଦାୟ ୮୫ଟି ଲେଖା ପ୍ରକାଶ ପାରିଥିଲା । ଆଗାମୀ ଦିନମାନଙ୍କର ଏହି ସଂସ୍କରଣର ଲେଖାଗୁଡ଼ିକ ୟୁ-ଟ୍ୟୁବ୍‌ରେ ଉପଲବ୍ଧ ହେବ ବୋଲି ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ଜଣାଇଛନ୍ତି ।

Link to Download: http://bit.ly/2IkFNzl


Post Bottom Ad