ଆଜିର ପଖାଳ ଦିବସ ପାଇଁ ଟୁଇଟରେ ଓଡ଼ିଆ ଟୁଇଟିଆଳୀମାନଙ୍କର ଟ୍ରେଣ୍ଡ ସାଙ୍ଗକୁ ସୁଦର୍ଶନ ପଟ୍ଟନାୟକଙ୍କର ପଖାଳ ଭୋଜନର ସୁଆଦିଆ ମନମୁଗ୍ଧକର ବାଲୁକାକଳା ବିଦେଶୀମାନଙ୍କୁ ମଧ୍ୟ ଆକର୍ଷଣ କରିଛି । ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍ସୋଲ୍ ଜେନେରାଲ୍ କାଥେରିନ୍ ହଡ୍ଡା ସୁଦର୍ଶନଙ୍କର ଟୁଇଟ୍କୁ ରି-ଟୁଇଟ୍ କରି ପଖାଳ ଦିବସର ଅଭିନନ୍ଦନ ବାର୍ତ୍ତା ଜଣାଇଛନ୍ତି ।

Happy #PakhalaDibasa to all our #Odia friends! ଆମ ଓଡ଼ିଆ ବନ୍ଧୁମାନଙ୍କୁ #ପଖାଳଦିବସ ର ଅନେକ ଶୁଭେଚ୍ଛା ! https://t.co/vWAzHcb7MM— Katherine Hadda (@USCGHyderabad) March 20, 2018