ଓଡ଼ିଶା : ଗୋଟିଏ ଆନ୍ଦୋଳନକୁ ସାମୟିକ ଟାଳି ଦେଇ ସରକାର ଆଶ୍ୱସ୍ତ ହେବାର ମାତ୍ର କେଇ ଘଣ୍ଟା ପରେ ଆଉ ଗୋଟିଏ ସଂଘ ଆନ୍ଦୋଳନର ଚେତାବଣି ଦେଇଛି । ଓଡ଼ିଶା ଶିକ୍ଷା-ସହାୟକ ସଂଘ ତରଫରୁ ଆନ୍ଦୋଳନର ଡାକରା ଦିଆଯାଇଛି । ଆଜି ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ସରକାର ଦାବି ପୂରଣ କରିବାରେ ବିଳମ୍ବ କରୁଥିବାରୁ ଭୀଷଣ ଅସନ୍ତୋଷ ପ୍ରକାଶ କରାଯାଇଛି । ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକରେ ଶିକ୍ଷା ସହାୟକ ସଂଘର ଦାବିଗୁଡ଼ିକୁ ବିଚାରକୁ ନ ନେଲେ ତୁରନ୍ତ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ସଂଘର ସଭାପତି ମଳୟ କୁମାର ଜେନାଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଦାବିଗୁଡ଼ିକ ମଧ୍ୟରେ ଅଛି, ଶିକ୍ଷା ସହାୟକଙ୍କ ଦରମା ବୃଦ୍ଧି, ମୃତ୍ୟୁକାଳୀନ ସହାୟତା, ୨୦୧୧ ମସିହାରେ ନିଯୁକ୍ତ ଶିକ୍ଷା ସହାୟକମାନଙ୍କୁ ତୁରନ୍ତ ନିୟମିତ ଶିକ୍ଷକ ଘୋଷଣା ଏବଂ ନିୟମିତ ଶିକ୍ଷକମାନଙ୍କ ଗ୍ରେଡ୍ ପେ’ ୨୨୦୦ରୁ ୨୮୦୦ ଟଙ୍କାକୁ ବୃଦ୍ଧି ଇତ୍ୟାଦି । କର୍ମକର୍ତ୍ତମାନେ ଅଭିଯୋଗ କରିଥିଲେ, ଦାବି ପୂରଣ ନେଇ ସରକାର ବିଳମ୍ବ କରୁଛନ୍ତି । ୧୯ ତାରିଖରେ ଏ ନେଇ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ସମ୍ପାଦକ ଶ୍ରୀକାନ୍ତ କୁମାର ନାୟକ ଜଣାଇଛନ୍ତି ।