ପ୍ରଥମ ଟ୍ୱେଣ୍ଟି-୨୦ର ଭାରତର ବିଜୟ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Monday, 19 February 2018

ପ୍ରଥମ ଟ୍ୱେଣ୍ଟି-୨୦ର ଭାରତର ବିଜୟ


ବ୍ୟୁରୋ: ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିବା ଟ୍ୱେଣ୍ଟି-୨୦ ଶୃଙ୍ଖଳାରେ ଭାରତର ବିଜୟ । ଶିଖର ଧବନଙ୍କ ୨୭ ବଲ୍‌‌ରେ ଅର୍ଦ୍ଦଶତକ ପରେ ଭୁବନେଶ୍ୱର କୁମାରଙ୍କ ପ୍ରଥମ ୫ ଓ୍ଵିକେଟ୍‌ ସଫଳତା ବଳରେ ଦକ୍ଷିଣ ଆଫ୍ରିକାକୁ ଭାରତ ୨୮ ରନ୍‌ରେ ହରାଇ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି । ରବିବାର ଓ୍ଵଣ୍ଡରର୍ସ ଷ୍ଟାଡିୟମ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା ଭାରତୀୟ ଦଳ । ରୋହିତ ଶର୍ମା ଆରମ୍ଭରୁ ଆକ୍ରାମକ ବ୍ୟାଟିଂ ଆରମ୍ଭ କରିଥିଲେ । ପ୍ରଥମ ଓଭରରେ ପାଟରସନ୍‌ଙ୍କଠାରୁ ୧୮ ରନ୍‌ କରିଥିବା ରୋହିତ ଶର୍ମା (୨୧, ୯ ବଲ୍‌, ୨ ଚୌକା, ୨ ଛକା) କିନ୍ତୁ ନବାଗତ କାର୍ଲ ଜୁନିଅର୍‌ ଡାଲାଙ୍କ ଶିକାର ହୋଇଥିଲେ । ଓ୍ଵିକେଟ୍‌ ପଛପଟେ କ୍ଲାସେନ୍‌ ନେଇଥିବା କ୍ୟାଚ୍‌କୁ ରିଭ୍ୟୁ ଜରିଆରେ ଜିତି ଡାଲା ନିଜର ପଦାର୍ପଣ ଓଭରରେ ହିଁ ଓ୍ଵିକେଟ୍‌ ନେବାର ସୌଭାଗ୍ୟ ପାଇଥିଲେ । ଏହା ପରେ ଶିଖର ଧବନ (୭୨, ୩୯ ବଲ୍‌, ୧୦ ଚୌକା, ୨ ଛକା) ୧୫ ଓଭର ପର୍ଯ୍ୟନ୍ତ ଲଢ଼େଇ କରିବା ଭାରତର ବଡ଼ ସ୍କୋର୍‌କୁ ଅକ୍ଷୁର୍ଣ୍ଣ ରଖିଥିଲା । ସୁରେଶ ରାଇନା (୧୫, ୭ ବଲ୍‌, ୨ ଚୌକା, ୧ ଛକା) ଭଲ ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ପ୍ରତ୍ୟାବର୍ତନ ପାଳିକୁ ନିରାଶାରେ ସାରିଥିଲେ । ବିରାଟ କୋହଲି (୨୬, ୨୦ ବଲ୍‌, ୨ ଚୌକା, ୧ ଛକା) ଜୀବନଦାନ ପାଇଥିଲେ ମଧ୍ୟ ଏହାର ଲାଭ ଉଠାଇ ପାରିନଥିଲେ । ଶେଷକୁ ମନୀଷ ପାଣ୍ଡେ (୨୯, ୨୭ ବଲ୍‌, ୧ ଛକା)ଙ୍କ ମନ୍ଥର ପାଳି ସହିତ ମହେନ୍ଦ୍ର ସିଂହ ଧୋନି (୧୬, ୧୧ ବଲ୍‌, ୨ ଚୌକା) ଏବଂ ହାର୍ଦିକ ପାଣ୍ଡିଆ (୧୩*, ୭ ବଲ୍‌, ୨ ଚୌକା)ଙ୍କ ଜରିଆରେ ଭାରତ କେବଳ ୨୦୦ ରନ୍‌ ପାର କରି ୨୦୩/୫ରେ ପହଞ୍ଚିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୯ ଉଇକେଟ ହରାଇ ମାତ୍ର ୧୭୫ ରନ୍ କରିବାରେ ସକ୍ଷମ ହୋଇଥିଲା । ଭୁବନେଶ୍ୱର କୁମାରଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା ।

Post Bottom Ad