"ଶଙ୍ଖା ସିନ୍ଦୁର" ପରେ ଋଷି ଆସୁଛନ୍ତି ଆଉ ଏକ ମେଗା ଧାରାବାହିକରେ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Monday, 19 February 2018

"ଶଙ୍ଖା ସିନ୍ଦୁର" ପରେ ଋଷି ଆସୁଛନ୍ତି ଆଉ ଏକ ମେଗା ଧାରାବାହିକରେ

ଭୁବନେଶ୍ୱର: ଓଡ଼ିଆ କଥାଚିତ୍ର ଜଗତରେ ତାଙ୍କର ଏବେଯାଏଁ ଗୋଟିଏ ବି ଚଳଚ୍ଚିତ୍ର ମୁକ୍ତିଲାଭ କରିନାହିଁ, କିନ୍ତୁ ଛୋଟ ପରଦାର ସେ ଜଣେ ଲୋକପ୍ରିୟ ନାୟକ । ତାଙ୍କ କ୍ଷେତ୍ରରେ କିଛି ନୂଆ କଥା ଘଟିଛି । ସେ ନାୟକଙ୍କ ଜଣକ ହେଲେ ଋଷି । ଏହି ନାୟକଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି ତରଙ୍ଗ ଚାନେଲରେ ପ୍ରସାରିତ ମେଗା ଧାରାବାହିକ "ଶଙ୍ଖା ସିନ୍ଦୁର"ରେ । ଏଥିରେ ଋଷିଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲେ ସୁଲଗ୍ନା । ତାଙ୍କୁ ଦର୍ଶକ ଖୁବ୍‌ ଶୀଘ୍ର ଆଉ ଏକ ମେଗା ଧାରାବାହିକରେ ନାୟକ ଭୂମିକାରେ ଦେଖିବାକୁ ପାଇବେ । ଏହା ହେଲା "ତୋ' ପାଇଁ ମୁଁ" । ଏଥିରେ ନାୟିକା ଭୂମିକାରେ ନଜର ଆସିବେ ଦେବସ୍ମିତା । ଏହା ଜି-ସାର୍ଥକ ଚାନେଲରେ ପ୍ରସାରିତ ହେବ ।

Post Bottom Ad