ମହାଭାରତରେ ଲୁଚି ରହିଛି ଅନେକ ରହସ୍ୟଜନକ ଘଟଣା । ମହାଭାରତ ସହିତ ଜଡ଼ିତ ଥିବା ଅଭିଶାପ ଓ ଆର୍ଶୀବାଦରେ ମଧ୍ୟ ରହସ୍ୟ ଲୁଚି ରହିଛି । ଦୁନିଆର ପ୍ରଥମ ପରମାଣୁ ବୋମା ବୋଧେ ଅଶ୍ୱତ୍ଥାମା ପକାଇଥିଲେ । ଆଧୁନିକ ଯୁଗର ଦାର୍ଶନିକ ଜେ. ରବର୍ଟ ଓପନ୍ହାଇମର ଗୀତା ଓ ମହାଭାରତର ତୁଳନାତ୍ମକ ଅଧ୍ୟୟନ କରିଥିଲେ । ସେ ମହାଭାରତରେ ବର୍ଣ୍ଣିତ ହୋଇଥିବା ବ୍ରହ୍ମାସ୍ତ୍ରର ସଂହାର କ୍ଷମତା ଉପରେ ଗବେଷଣା କରିଥିଲେ ଏବଂ ନିଜର ଏହି ମିଶନ ନାଁ ଦେଇଥିଲେ ଟ୍ରିନିଟି (ତ୍ରିଦେବ) । ରବର୍ଟଙ୍କ ନେତୃତ୍ୱରେ ଏକ ଟିମ୍ ୧୯୩୯ ମସିହା ଠାରୁ ୧୯୪୫ ମସିହା ମଧ୍ୟରେ ଏହି କାର୍ଯ୍ୟ କରିଥିଲେ । ୧୯୪୫ ମସିହା ଜୁଲାଇ ୬ ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା ।
ଅନୁସନ୍ଧାନ ପରେ ବିଦେଶୀ ବୈଜ୍ଞାନିକଙ୍କ ମତରେ ମହାଭାରତ ଯୁଦ୍ଧରେ ପରମାଣୁର ବୋମାର ପ୍ରୟୋଗ ହୋଇଥିଲା । ୪୨ ବର୍ଷ ପୂର୍ବରୁ ପୁନେର ଜଣେ ଡାକ୍ତର ଏବଂ ଲେଖକ ପଦ୍ମାକର ବିଷ୍ଣୁ ବର୍ତକ ନିଜର ଅନୁସନ୍ଧାନକୁ ଆଧାର କରି କହିଥିଲେ କି ମହାଭାରତରେ ଯେଉଁ ବ୍ରହ୍ମାସ୍ତ୍ରର ପ୍ରୟୋଗ କରାଯାଇଥିଲା, ତାହାର ପ୍ରଭାବ ପରମାଣୁ ବୋମା ସହିତ ସମାନ ଥିଲା । ଡାକ୍ତର ବର୍ତକ ୧୯୬୯-୧୯୭୦ ମସିହାରେ‘ସ୍ୱୟଂଭୁ’ ଶୀର୍ଷକ ଏକ ବହି ଲେଖିଥିଲେ । ରାମାୟଣରେ ମଧ୍ୟ ମେଘନାଦ ସହିତ ଯୁଦ୍ଧ ହେବାରୁ ଲକ୍ଷ୍ମଣ ଯେତେବେଳେ ବ୍ରହ୍ମାସ୍ତ୍ରର ପ୍ରୟୋଗ କରିବାକୁ ଚାହିଁଲେ, ରାମ ତାଙ୍କୁ ଲଙ୍କା ଧ୍ୱଂସ ହୋଇଯିବ ବୋଲି କହି ଅଟକାଇ ଦେଇଥିଲେ । ବ୍ରହ୍ମାସ୍ତ୍ର ମହାଭାରତ ସମୟରେ ଦ୍ରୋଣାଚାର୍ଯ୍ୟ, ଅଶ୍ୱତ୍ଥମା, ଶ୍ରୀକୃଷ୍ଣ, ଯୁଧିଷ୍ଠର, କର୍ଣ୍ଣ, ପ୍ରଦ୍ୟୁମ୍ନ ଓ ଅର୍ଜୁନଙ୍କ ପାଖରେ ଥିଲା । ରାମାୟଣ ସମୟରେ ବିଭୀଷଣ ଓ ଲକ୍ଷ୍ମଣଙ୍କ ପାଖରେ ଥିଲା ।
![]() |
| Image by Bishnu Sarangi from Pixabay |
ବ୍ରହ୍ମାସ୍ତ୍ର ବିଭିନ୍ନ ପ୍ରକାରର ଥିଲା । ମହାଭାରତରେ ସୌପ୍ତିକ ପର୍ବର ଅଧ୍ୟାୟ ୧୩ ରୁ ୧୫ ରେ ବ୍ରହ୍ମାସ୍ତ୍ରର ପରିଣାମ ବିଷୟରେ ବର୍ଣ୍ଣନା କରାଯାଇଛି । ବେଦ ପୁରାଣରୁ ଜଣାଯାଇଛି ଯେ ଅସୁରମାନଙ୍କର ବିନାଶ ପାଇଁ ବ୍ରହ୍ମାସ୍ତ୍ରର ଉତ୍ପନ୍ନ ହୋଇଥିଲା । ବ୍ରହ୍ମାସ୍ତ୍ରର ଅର୍ଥହେଲା ଇଶ୍ୱର ଙ୍କର ଅସ୍ତ୍ର । ପ୍ରଥମେ ଏହି ଅସ୍ତ୍ର ଦେବତାଙ୍କ ପାଖରେ ଥିଲା । ପରେ ମନୁଷ୍ୟ ଏହାକୁ ପାଇଲା । ଏହି ଅସ୍ତ୍ର ଶତ୍ରୁକୁ ନାଶ କରିଥାଏ । ଏହାର ପ୍ରତିକାର ଅନ୍ୟ ଏକ ବ୍ରହ୍ମାସ୍ତ୍ର ଦ୍ୱାରା ହିଁ ହୋଇପାରିବ । ମହର୍ଷୀ ବେଦବ୍ୟାସ ଲେଖିଛନ୍ତି ଯେ ଯେଉଁ ସ୍ଥାନରେ ବ୍ରହ୍ମାସ୍ତ୍ରର ପ୍ରୟୋଗ ହୋଇଛି, ସେଇଠି ୧୨ ବର୍ଷ ଯାଏଁ ଜୀବ-ଜନ୍ତୁ, ଗଛଲତା ଆଦିର ଉତ୍ପତ୍ତି ହୋଇପାରିବ ନାହିଁ । ମହାଭାରତରେ ଲେଖା ଅଛି ଯେ ବ୍ରହ୍ମାସ୍ତ୍ରର ପ୍ରୟୋଗ ଦ୍ୱାରା ଗାଁରେ ରହୁଥିବା ମହିଳାମାନଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା । ସେହିପରି ହିରୋସୀମାରେ ଆଣବିକ ବିକିରଣ ଫଳରେ ଗର୍ଭ ବିନଷ୍ଟ ହୋଇଯାଇଥିଲା ।

