ପ୍ରବୀଣ କୁମାର କବିଙ୍କ ଇଂରାଜୀ ଉପନ୍ୟାସ 'ଉଇ ବିକେମ୍ ଏ ପୋଏମ୍' ଉନ୍ମୋଚିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Thursday, 5 March 2026

ପ୍ରବୀଣ କୁମାର କବିଙ୍କ ଇଂରାଜୀ ଉପନ୍ୟାସ 'ଉଇ ବିକେମ୍ ଏ ପୋଏମ୍' ଉନ୍ମୋଚିତ

English Novel We Became a Poem by Praveen Kumar Kabi Released

ଘସିପୁରା (୫ ମାର୍ଚ୍ଚ ୨୦୨୬): ଆଜି ପ୍ରବୀଣ କୁମାର କବିଙ୍କ ଇଂରାଜୀ ଉପନ୍ୟାସ 'ଉଇ ବିକେମ୍ ଏ ପୋଏମ୍' ଉନ୍ମୋଚିତ ହୋଇଯାଇଛି । ଘସିପୁରା ସ୍ଥିତ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲ୍‌ରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ଅତିଥି ଭାବରେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ପ୍ରଦୀପ କୁମାର ମହାନ୍ତି, ଇଂରାଜୀ ଭାଷା ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ନିରଞ୍ଜନ ପତି, କବି ଡ. ଅଶୋକ ପୁହାଣ ଓ ପ୍ରକାଶକ ସଂଗ୍ରାମ କେଶରୀ ସେନାପତି । ସ୍ୱତନ୍ତ୍ର ଅତିଥି ଭାବରେ ଲୋକପ୍ରିୟ କଣ୍ଠଶିଳ୍ପୀ ସତ୍ୟଜିତ ଜେନା ଓ ଶୁଭଶ୍ରୀ ଜେନା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରେମର ଏକ ନିଆରାପଣକୁ ଦର୍ଶାଉଥିବା ଏହି ବହିଟି ଶୁଭପଲ୍ଲବ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ହୋଇଛି ।


ସୂଚନା ଥାଉକି ପ୍ରବୀଣ କୁମାର କବିଙ୍କର ତିନି ଓଡ଼ିଆ ବହି ପୂର୍ବରୁ ପ୍ରକାଶିତ ହୋଇସାରିଛି ଏବଂ ଏହା ତାଙ୍କ ରଚିତ ପ୍ରଥମ ଇଂରାଜୀ ଉପନ୍ୟାସ । ଏହି କାର୍ଯ୍ୟକ୍ରମରେ ଆଖାପାଖର ଲେଖକ/ଲେଖିକାମାନଙ୍କ ସହିତ କିଛି ପାଠକପାଠିକମାନେ ଯୋଗ ଦେଇଥିଲେ । ଏହି ସଭାର ସଂଚାଳନା କରିଥିଲେ ଇଂରାଜୀ ଅଧ୍ୟାପିକା ପ୍ରିୟଙ୍କା ଦେବୀ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଇଂରାଜୀ ଅଧ୍ୟାପିକା ସବିତାରାଣୀ ମିଶ୍ର । ବହିଟି କିଣିବା ପାଇଁ ଆମାଜନ୍‌ରେ ଉପଲବ୍ଧ ଥିବାବେଳେ ଶୁଭପଲ୍ଲବ ଷ୍ଟୋର୍‌ରେ ଅତିରିକ୍ତ ରିହାତି ସହିତ ଉପଲବ୍ଧ ଅଛି ।

Post Bottom Ad