ଓଡ଼ିଶା ପାଳୁଛି ଦହିବରା ଦିବସ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Sunday, 1 March 2026

ଓଡ଼ିଶା ପାଳୁଛି ଦହିବରା ଦିବସ

Odisha is celebrating Dahibara Dibasa

ଡେସ୍କ (୧ ମାର୍ଚ୍ଚ ୨୦୨୬): ସାରା ଓଡ଼ିଶା ଖୁସି ମନରେ ପାଳୁଛି ଦହିବର ଦିବସ । ଏହି ଦିବସ କେଉଁ ପର୍ବପର୍ବାଣୀ ନୁହେଁ, କିନ୍ତୁ ଦହିବରା ଆଲୁଦମ୍‌ର ସେ ସୁଆଦକୁ ଜନମାନସରେ ପରିଚିତ କରେଇବାର ଏହା ଏକ ପ୍ରଚେଷ୍ଟା । ସୋସିଆଲ୍ ମିଡିଆରୁ ଆରମ୍ଭ ହୋଇଥିବା ଏହି ଦହିବରା ଆଳୁଦମ୍ ଦିବସ ପ୍ରତି ବର୍ଷ ମାର୍ଚ୍ଚ ୧ ତାରିଖରେ ପାଳନ କରାଯାଏ ।

ସୋସିଆଲ୍ ମିଡିଆ ଜରିଆରେ ବିଭିନ୍ନ ପ୍ରକାରର ଫଟୋ ଭିଡିଓ ଆଦି ସେୟାର୍ କରି ଲୋକମାନଙ୍କ ପାଖରେ ଦହିବରା ବିଷୟରେ ଜଣାଯାଏ । ଏହି ପାଳନ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦହିବରାକୁ ଓଡ଼ିଶାରେ ସୀମିତ ନରଖି ଓଡ଼ିଶା ବାହାରେ ଲୋକମାନଙ୍କ ପାଖରେ ପରିଚିତ କରାଇବା ।

Post Bottom Ad