ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଦିଆଯିବ ଉପଯୁକ୍ତ ସମ୍ମାନ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Friday, 9 August 2024

ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଦିଆଯିବ ଉପଯୁକ୍ତ ସମ୍ମାନ

Mohan Majhi with Suryabanshi Suraj

ବ୍ୟୁରୋ (୯ ଅଗଷ୍ଟ ୨୦୨୪): ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରମ ତ୍ୟାଗ ଓ ବଳିଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ଦେବା ସହିତ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ । ଆଜି ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।


ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର କୁଟୁମ୍ବ ଯୋଜନାରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ପେନ୍‌ସନ୍‌ ପ୍ରଦାନ କରିବା ପାଇଁ ମଧ୍ୟ ବିଚାର କରୁଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ପ୍ରଥମେ ଶହୀଦ ସ୍ତମ୍ଭରେ ପୁଷ୍ପ ପ୍ରଦାନ କରି ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଉପସ୍ଥିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରର ସଦସ୍ୟମାନଙ୍କୁ ସମ୍ମାନିତ କରିଥିଲେ ।


Post Bottom Ad