ନିଆଁର ବିକିରଣ ପ୍ରକ୍ରିୟାରେ ସୃଜନ-ଜୀବନ ହୁଏ ତେଜୋଦ୍ଦୀପ୍ତ: ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ‘ଶୀତସଞ୍ଜ, ଉଷୁମତାତି ଓ କଥା କବିତାର କକଟେଲ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Saturday, 30 December 2023

ନିଆଁର ବିକିରଣ ପ୍ରକ୍ରିୟାରେ ସୃଜନ-ଜୀବନ ହୁଏ ତେଜୋଦ୍ଦୀପ୍ତ: ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ‘ଶୀତସଞ୍ଜ, ଉଷୁମତାତି ଓ କଥା କବିତାର କକଟେଲ

litfest-with-bonfire-by-tihidi-sanskrutika-mancha

ତିହିଡ଼ି (୨୯ ଡିସେମ୍ବର ୨୦୨୩): ସାରା ରାଜ୍ୟରେ ଜାରିରହିଛି ଶୀତର ଲହର। ଡିସେମ୍ବରର ଶେଷ ପାହାଚରେ ଦଣ୍ଡାୟମାନ ହୋଇଛି ପୃଥିବୀ। ମନରେ ଖେଳିଉଠୁଛି ଆଗନ୍ତୁକ ସମୟର ନବଉନ୍ମାଦ । ଶୀତସଞ୍ଜରେ ସମୁହ ଭାବେ ନିଆଁ ପୁଇଁବା ଏବଂ ଓଁକାର ଉଚ୍ଚାରଣ ମାଧ୍ୟମରେ ସୃଜନ ଶକ୍ତିକୁ ଉଜ୍ଜୀବିତ କରିବା ଭାରତୀୟ ଆଧ୍ୟାତ୍ମିକ ଦର୍ଶନର ଅଂଶବିଶେଷ । ଏଣୁ, ନିଆଁର ବିକିରଣ ପ୍ରକ୍ରିୟାରେ ଆମ ଜୀବନ ଓ ସୃଜନ ଉଜ୍ଜ୍ୱଳ ହୋଇଉଠେ ବୋଲି ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ କାଳୀପଡ଼ିଆଠାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ "ଶୀତସଞ୍ଜ ଉଷୁମତାତି ଓ କଥା-କବିତାର କକଟେଲ୍" ଶୀର୍ଷକ ସୃଜନପର୍ବରେ ମତପ୍ରକାଶ ପାଇଛି ।

ତିହିଡ଼ିର ଅଗ୍ରଣୀ ସାହିତ୍ୟ ସଂଗଠନ ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚର ଉପଦେଷ୍ଟା ବିଶିଷ୍ଟ ସ୍ତମ୍ଭକାର ଡକ୍ଟର ବିଶ୍ୱରଂଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମୁକ୍ତାକାଶ ଶୀତୁଆ ସାରସ୍ୱତ ସମାବେଶରେ ସାହିତ୍ୟିକ ବିଭୂତି ଭୂଷଣ ସେନାପତି ଓ କବି ପି. ହୃଷିକେଶ ବରେଣ୍ୟ ଅତିଥି ଭାବେ ଯୋଗଦେଇ ନିଆଁର ଆବାହନରେ କଥା ଓ କବିତାର ମାନ୍ତ୍ରିକଶକ୍ତି ରହିଛି ବୋଲି ମତପ୍ରକାଶ କରିଥିଲେ । କବୟିତ୍ରୀ ବିଶ୍ୱମୈତ୍ରୀ ନାୟକ ଅଗ୍ନିମନ୍ତ୍ର ଉଚ୍ଚାରଣ କରିଥିଲେ । ଯୁବକବି ନିରଞ୍ଜନ ବାରିକ୍ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆବାହକ ଗାଳ୍ପିକ କୈଳାସ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

କବି ରଞ୍ଜନ କୁମାର ନାୟକଙ୍କ ସଞ୍ଚାଳନାରେ ଏହି ମନୋଜ୍ଞ କଥା-କବିତା ସନ୍ଧ୍ୟାରେ କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ସଞ୍ଜିତ କୁମାର ବଳ, ମାନସ କୁମାର ପଣ୍ଡା,ଦେବେନ୍ଦ୍ର ମହାଳିକ, ବୈକୁଣ୍ଠନାଥ ଓଝା, ରୀନାରାଣୀ ପାତ୍ର, ମୁକୁନ୍ଦଦେବ ନାୟକ, ରୁବିଲତା ଦାସ, ସୁଧାରଞ୍ଜନ ମହାନ୍ତି, ମୀର୍ ଅବଦୁଲ ଦୟାନ, ସାମ୍ବାଦିକ ପ୍ରଭାତ କୁମାର ରାଉଳ, ସଂଜୟ କୁମାର ଦାସ, ପୀତାମ୍ବର ସେଠୀ, ଅର୍ଜୁନ ସେଠୀ, ରଘୁନାଥ ପାତ୍ର, ବିଶ୍ୱନାଥ ନାୟକ, ଅଭୟ କୁମାର ଦାସ, ସରୋଜ କୁମାର ଓଝା, ପ୍ରଦୀପ କୁମାର ମହାନ୍ତି, ଜ୍ୟୋତିକୃଷ୍ଣ ସାମଲ, ବିକାଶ ପତି, ବିପ୍ଳବ ରଂଜନ ପତି, ମନୋଜ କୁମାର ପାଣିଗ୍ରାହୀ, ସନ୍ତୋଷ ପାଣିଗ୍ରାହୀ, ଆଶୁତୋଷ କରଣ, ବିଜୟ ବେହେରା, ଅମୂଲ୍ୟ ସେନାପତି, ରତିକାନ୍ତ ଦାଶ, ଅକ୍ଷୟ କୁମାର ଦାସ, ସୁବ୍ରତ ମିଶ୍ର, ତପନ ହାତୀ, ମୁସ୍ତାକ ଗହ୍ୱର, ଅବଦୁଲ ଦୟାନ ପ୍ରମୁଖ କବିତା ଓ ଗଳ୍ପପାଠ କରିଥିଲେ। ସଂଯୋଜକ ବିସ୍ମୟବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶାନ୍ତ ମହାପାତ୍ର ସୁବ୍ରତ ମିଶ୍ର ତପନ ହାତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶେଷରେ ସମୁହ ଭାବେ ଓଁକାର ମନ୍ତ୍ରଧ୍ୱନି ଉଚ୍ଚାରଣ ପୂର୍ବକକ ଅଗ୍ନି ନିର୍ବାପନ କରାଯାଇଥିଲା ।

Post Bottom Ad