ଭଦ୍ରକ ପୁସ୍ତକମେଳା-୨୦୨୨ ଉଦ୍‌ଘାଟିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Friday, 25 November 2022

ଭଦ୍ରକ ପୁସ୍ତକମେଳା-୨୦୨୨ ଉଦ୍‌ଘାଟିତ

Bhadrak Book fair 2022 inaugurated by Soumya Ranjan Patnaik

ଭଦ୍ରକ (୨୫ ନଭେମ୍ବର ୨୦୨୨): ଆଜି ସନ୍ଧ୍ୟାରେ ୨୨ ତମ ଭଦ୍ରକ ପୁସ୍ତକ ମେଳା ଉଦ୍‌ଘାଟିତ ହୋଇଯାଉଛି । ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ପୁସ୍ତକ ମେଳାକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବିଶିଷ୍ଟ ଗାଳ୍ପିକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ରଧାବିନୋଦ ନାୟକ, ନାଟ୍ୟକାର ବିଜୟ ଦାସ, ଭଦ୍ରକର  ଜିଲ୍ଲାପାଳ ସିଦ୍ଧେଶ୍ୱର ବଳୀରାମ ବନ୍ଦୋର ଆଦି ଯୋଗ ଦେଇଥିଲେ । ପୁସ୍ତକ ମେଳାର ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ସ୍ଵାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୁସ୍ତକ ମେଳାର ସମ୍ପାଦକ ରୂପକ ବିହାରୀ ରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୁଧାକର ରାଉତ, ପ୍ରାଧ୍ୟାପକ ଶଇକେନ୍ଦ୍ର ମହାପାତ୍ର, ଆଇନଜୀବୀ ଗଦାଧର ବଳ, ଆଇନଜୀବୀ ଦିବ୍ୟସିଂହ ନାୟକ, ଆଇନଜୀବୀ ରାଧା ଦାସ, ପଙ୍କଜ ବଳ, ଅମରେଶ ବିଶ୍ଵାଳ, କୁନି ମହାନ୍ତି, ବୈକୁଣ୍ଠ ବିଶ୍ଵାଳ, ଜଗନ୍ନାଥ ରାଉତ, ବିପ୍ଳବ ହୋତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ନାଟକ, ସାହିତ୍ୟକ ହୃଦାନନ୍ଦ ପାଣିଗ୍ରାହୀଙ୍କ ସମେତ ବହୁ ସହିତିକ, ଶିକ୍ଷାବିତ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

Post Bottom Ad