ଦୀନଦୁଃଖିଙ୍କ ପାଇଁ ସମର୍ପିତ: ସିଦ୍ଧାର୍ଥ ଫାଉଣ୍ଡେସନ୍ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Friday, 6 December 2019

ଦୀନଦୁଃଖିଙ୍କ ପାଇଁ ସମର୍ପିତ: ସିଦ୍ଧାର୍ଥ ଫାଉଣ୍ଡେସନ୍


ବ୍ୟୁରୋ: ଆମ ଜୀବନରେ ଆମେ ପ୍ରତ୍ୟେକ ଦିନ ଅନେକ ଦୁଃଖିରଙ୍କୀମାନଙ୍କୁ ଦେଖିଥାଉ । କିନ୍ତୁ ସେମାନଙ୍କୁ ସାହାଯ୍ୟ କରିବାକୁ କିଏ ବଢ଼ାଏ ସାହାଯ୍ୟର ହାତ? ଦୁନିଆରେ ବହୁତ କମ ଲୋକ ଥିବେ, ଯିଏକି ସେହିଭଳି ଲୋକଙ୍କୁ ବିନା ସ୍ୱାର୍ଥରେ ସାହାଯ୍ୟ କରୁଥିବେ । ସେହିଭଳି ଜଣେ ଯୁବ ହେଲେ ସିଦ୍ଧାର୍ଥ ଶଙ୍କର ଦାସ ।

ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅଧିନସ୍ଥ ତରପବା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସିଦ୍ଧାର୍ଥ ପିଲାଦିନରୁ ସମାସେବା ପ୍ରତି ଆକୃଷ୍ଟ ହୋଇଥିଲେ, ଯେଉଁଥିରେ ତାଙ୍କର ପ୍ରେରଣାର ଉତ୍ସ ସାଜିଥିଲେ ଅହିୟାସ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ ତାଙ୍କର ପିତାମାତା ।


ସ୍କୁଲରେ ପଢ଼ିବାବେଳେ ସିଦ୍ଧାର୍ଥ ନିଜ ପ୍ରଚେଷ୍ଟାରେ ଅନେକଙ୍କୁ ସାହାଯ୍ୟ କରୁଥିଲେ, ଏବଂ ପରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅଧିନରେ ସ୍ନାତକୋତ୍ତର କରିବାପରେ ସମାଜ ସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ିଥିଲେ ଏବଂ ସିଦ୍ଧାର୍ଥ ଫାଉଣ୍ଡେସନ୍ ନାମକ ତାଙ୍କର ନିଜର ଏକ ସେବାସଂସ୍ଥା ସ୍ଥାପନା କରିଥିଲେ ।

ତାଙ୍କର ଏହି ଫାଉଣ୍ଡେସନ୍ ସମାଜରେ ଅବହେଳିତ, ନିଷ୍ପେଷିତ ଲୋକମାନଙ୍କ ପାଇଁ କାର୍ଯ୍ୟ କରିଆସୁଛି । ସିଦ୍ଧାର୍ଥ କୁହନ୍ତି କି, "ଶିକ୍ଷା ଦ୍ୱାରା ସବୁ ଦୁରବସ୍ଥାକୁ ଦୂର କରାଯାଇପାରେ । ସମାଜରେ ଶିକ୍ଷାର ବିକାଶରେ ହିଁ ଅଭାବ ଅନାଟନ ଦୂର ହେବା ସହିତ ଲୋକ କୁଶଳୀ ହୋଇପାରିବେ ଏବଂ ଜୀବନରେ ଉନ୍ନତି କରିପାରିବେ ବୋଲି ମୋତେ ଅନୁଭବ ହୁଏ, ତେଣୁ ଅନାଥ ଶିଶୁମାନଙ୍କର ଶିକ୍ଷା କ୍ଷେତ୍ରରେ ଆମେ ଅଧିକ ଗୁରୁତ୍ୱ ଦେଇଥାଉ ।"


ସିଦ୍ଧାର୍ଥଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଫାଉଣ୍ଡେସନ୍‌ରେ ଏବେ ୨୦ରୁ ଅଧିକ ସ୍ୱେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି, ଯେଉଁମାନେ ନିଜ ନିଜର ଦରମାରୁ କିଛି କିଛି ଗରିବ ପିଲାମାନଙ୍କୁ ଦେଇ ପାଠ ପଢ଼ିବାରେ ସାହାଯ୍ୟ କରିବା ସହ ଦୀନହୀନଙ୍କର ସାହାର ପାଲଟିଛନ୍ତି ।

Post Bottom Ad