ସୁନ୍ଦରଗଡ଼ (୨୪ ଅଗଷ୍ଟ ୨୦୧୯): ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମୁଖ୍ୟ ଦ୍ୱାରା ମାସିକ ସାହିତ୍ୟ ଆସର ଗତ ଅଗଷ୍ଟ ମାସ ୨୪ ତାରିଖରେ ଗୋପବନ୍ଧୁ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟ ଆସରେ ଉଦୀୟମାନ ଲେଖକ ବିସ୍ମୟ ମହାନ୍ତିଙ୍କର ନୂଆ କବିତା ସଂକଳନ ଲୋକାର୍ପଣ ହୋଇଯାଇଛି ।
୨୦୦୮ ମସିହାରେ ନିର୍ମାଣ ହୋଇଥିବା ଏହି ସୁନ୍ଦରଗଡ଼ ଜିଲ୍ଲା ସାହିତ୍ୟ ସାମୁଖ୍ୟର ସଭାରେ ଅବସରପ୍ରାପ୍ତ ପ୍ରଫେସର ଏସ୍.ଏନ୍. ସ୍ୱାଇଁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ । ସୁନ୍ଦରଗଡ଼ ଜିଲ୍ଲା ଲେଖା ସାମୁଖ୍ୟର ସଭାପତି ଅଭୟ ଦାସ ସଭା ପରିଚାଳନା କରିଥିଲେ । ଡ. ଗୀତାଞ୍ଜଳି ପତ୍ରୀ, ବିସ୍ମୟ ମହାନ୍ତି ଭଳି ଅତିଥି ବୃନ୍ଦ ଏହି ସଭାରେ ଉପସ୍ଥିତ ଥିଲେ ।
ଉକ୍ତ ସଭାରେ ବିଭିନ୍ନ ପ୍ରକାରର ସାହିତ୍ୟାଲୋଚନା ହେବାସହ ବିସ୍ମୟ ମହାନ୍ତିଙ୍କର ନୂଆ କବିତା ସଂକଳନ "Thoughts On a tour 2" ଲୋକାର୍ପିତ ହୋଇଥିଲା । ଏହି କବିତା ସଂକଳନରେ ବିସ୍ମୟଙ୍କର ସମୁଦାୟ ୩୭ଟି ଇଂରାଜୀ କବିତା ସ୍ଥାନ ପାଇଛି । ଏହି ବହିଟି ଏବେ ଆମାଜନ୍ ଓ ଫ୍ଲିପ୍କାର୍ଟରେ ଉଲବ୍ଧ ଥିବାବେଳେ ଇ-ବୁକ୍ ଭାବରେ ଆମାଜନ୍ ୟୁକେ ଓ ୟୁଏସ୍ରେ ମଧ୍ୟ ଉପଲବ୍ଧ ହେଉଛି । ଏହି ପୁସ୍ତକ ବାବଦରେ ବିସ୍ମୟ ମନ୍ତବ୍ୟ ରଖିଥିଲେ କି, "ଏହା ମୋର ଅତି ଆପଣାର କବିତାମାନଙ୍କର ସମିଶ୍ରଣର ପୁସ୍ତକ । ଏବେକାର ପାଠକମାନଙ୍କୁ ପୋଷେଇଲା ଭଳି କବିତାଗୁଡ଼ିକ ରଚନା କରିଛି ଏବଂ ଆଶା କରୁଛି କି ଏହା ପାଠକମାନଙ୍କୁ ନିଶ୍ଚୟ ଭଲ ଲାଗିବ । ଏହି ବହିଟି କିଣିବାପାଇଁ ଆପଣମାନେ ମୋର ପ୍ରୋମୋ କୋଡ଼୍ "BIMOSBFF" ବ୍ୟବହାର କରି ୫୦ ପ୍ରତିଶତ ଛାଡ଼ ମଧ୍ୟ ପାଇପାରିବେ ।"