ଆଜି ସ୍ୱାଧୀନତା ଦିବସରେ ପଢ଼ନ୍ତୁ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ବିଷୟରେ ୭ଟି ଅଜଣା ତଥ୍ୟ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Saturday, 24 August 2019

ଆଜି ସ୍ୱାଧୀନତା ଦିବସରେ ପଢ଼ନ୍ତୁ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ବିଷୟରେ ୭ଟି ଅଜଣା ତଥ୍ୟ


  1. ପ୍ରଥମ ପତାକା ୧୯୦୬ ଅଗଷ୍ଟ ୭ତାରିଖରେ ପାର୍ସୀ ବାଗାନ୍‍ ଚୌକ୍‍ (ଗ୍ରୀନ୍‍ପାର୍କ) କଲିକତାରେ ଉଡ଼ାଯାଇଥିଲା। ଏହି ଧ୍ୱଜ ଲାଲ୍‍, ହଳଦିଆ ଏବଂ ସବୁଜ ରଙ୍ଗର କପଡ଼ାରେ ପ୍ରସ୍ତୁତ ହୋଇଥିଲା ।
  2. ମ୍ୟାଡମ ଭିକାଜୀ ରୁସ୍ତମ କାମା ୧୯୦୭ ଅଗଷ୍ଟ ୨୨ ତାରିଖରେ ଜର୍ମାନୀର ଷ୍ଟଟ୍‍ଗ୍ରାଟଠାରେ ଭାରତର ଜାତୀୟ ପତାକା ଉଡ଼ାଇଥିଲେ । ବିଦେଶ ମାଟିରେ ତ୍ରିରଙ୍ଗା ଉଡ଼ିବାର ଏହା ଥିଲା ପ୍ରଥମ ଘଟଣା ।
  3. ରାଷ୍ଟ୍ରପତି ଭବନ ସଂଗ୍ରହାଳୟରେ ଏପରି ଏକ ଲଘୁ ତ୍ରିରଙ୍ଗା ରହିଛି ଯାହାକୁ ସୁନାର ସ୍ତମ୍ଭରେ ହୀରା ଆଦି ଦୁର୍ମୂଲ୍ୟ ରତ୍ନ ଖଚିତ କରି ପ୍ରସ୍ତୁତ କରାଯାଇଛି ।
  4. ୧୯୮୪ ମସିହାରେ ୱିଙ୍ଗ କମାଣ୍ଡର ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶଯାତ୍ରା କରିଥିଲେ । ତାଙ୍କ ସହ ବ୍ୟାଜ୍‍ ଆକାରରେ ତ୍ରିରଙ୍ଗା ମହାକାଶକୁ ଯାଇଥିଲା । ଏହା ପୂର୍ବରୁ ୧୯୭୧ ମସିହାରେ ଆପୋଲୋ-୧୫ ଅଭିଯାନରେ ବି ମହାକାଶକୁ ଯାଇଥିଲା ତ୍ରିରଙ୍ଗା ।
  5. ଏଭରେଷ୍ଟ ଶୃଙ୍ଗରେ ପ୍ରଥମ ଥର ପାଇଁ ୧୯୫୩ ମସିହାର ମଇ ୨୯ ତାରିଖରେ ତ୍ରିରଙ୍ଗା ଉଡ଼ାଯାଇଥିଲା । ଏହା ସହିତ ଉଡ଼ିଥିଲା ୟୁନିଅନ ଜ୍ୟାକ୍‍ ଏବଂ ନେପାଳର ଜାତୀୟ ପତାକା । ସେର୍ପା ତେନ୍‍ଜିଂ ନୋର୍କେ ଏବଂ ଆଡମଣ୍ଡ ହିଲାରୀ ଏଭରେଷ୍ଟ ବିଜୟ ହାସଲ କରିବା ପରେ ଏପରି କରିଥିଲେ ।
  6. ୧୯୯୬ ଏପ୍ରିଲ ୨୧ରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ସଞ୍ଜୟ ଥାପର ଏମ୍‍ଆଇ-୮ ହେଲିକପ୍ଟରରୁ ୧୦ହଜାର ଫୁଟ ତଳକୁ ଡେଇଁ ପ୍ରଥମ ଥର ପାଇଁ ଉତ୍ତର ମେରୁରେ ତ୍ରିରଙ୍ଗା ଉଡ଼ାଇଥିଲେ। ଏଥିସହିତ ଦିଲ୍ଲୀ ନିକଟସ୍ଥ ହିଣ୍ଡନ୍‍ଠାରେ ୧୯୯୭ ମସିହାର ଅଗଷ୍ଟ ମାସ ୬ ତାରିଖରେ ୨୨୨୬ ବର୍ଗଫୁଟର ୬୫କିଲୋଗ୍ରାମ ଓଜନର ତ୍ରିରଙ୍ଗା ଧରି ଡେଇଁବାର ରେକର୍ଡ଼ ମଧ୍ୟ ତାଙ୍କ ନାମରେ ରହିଛି।
  7. ୨୦୦୭ ମସିହାରେ ୫୮ତମ ଗଣତନ୍ତ୍ର ଦିବସ ଅବସରରେ ଭାରତୀୟ ଅଭିଯାତ୍ରୀ ଅଜିତ ବଜାଜ ଦକ୍ଷିଣ ମେରୁରେ ତ୍ରିରଙ୍ଗା ଉଡ଼ାଇଲେ ଏବଂ ଉଭୟ ଦକ୍ଷିଣ ଓ ଉତ୍ତର ମେରୁ ଯାଇଥିବା ପ୍ରଥମ ଭାରତୀୟ ହେବାର ଖ୍ୟାତି ଅର୍ଜନ କରିଥିଲେ ।

Post Bottom Ad