ସେ ତାଙ୍କ ଇନ୍ଷ୍ଟାରେ ଲେଖିଛନ୍ତି, "ଇସ୍ରୋ ଉତ୍କ୍ଷେପଣ କରିଥିବା ଚନ୍ଦ୍ରାୟନ-୨ର ସଫଳତା ପୂରା ଦେଶ ପାଇଁ ଗର୍ବ । ଏହାର ନାମ ବାହୁବଳୀ ରଖାଯାଇଥିବାରୁ ପୂରା ବାହୁବଳୀ ଚଳଚ୍ଚିତ୍ରର ଟିମ୍ ପାଇଁ ବଡ଼ ସମ୍ମାନ ।"
ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ଶାହୋ ଆସନ୍ତ ଅଗଷ୍ଟ ମାସ ୧୫ ତାରିଖରେ ମୁକ୍ତିଲାଭ କରିବାକୁ ଯୋଜନା ଥିଲା; ମାତ୍ର ବକ୍ସ ଅଫିସ୍ କଲେକ୍ସନ୍କୁ ଆଖି ଆଗରେ ରଖି ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଅଗଷ୍ଟ ୧୫କୁ ଘୁଞ୍ଚେଇ ଦିଆଯାଇଛି । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଆଶିକ୍-୨ ଅଭିନେତ୍ରୀ ଶ୍ରଦ୍ଧା କପୁର ।